ଅରବିନ୍ଦ କେଜରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିଥିବାରୁ ବିଜେପି ଉପରେ ବର୍ଷିଲା ଅନୁଗୁଳ ଆମ୍ ଆଦ୍‌ମୀ ପାର୍ଟି

You are currently viewing ଅରବିନ୍ଦ କେଜରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିଥିବାରୁ ବିଜେପି ଉପରେ ବର୍ଷିଲା ଅନୁଗୁଳ ଆମ୍ ଆଦ୍‌ମୀ ପାର୍ଟି

ଅନୁଗୁଳ: ଅରବିନ୍ଦ କେଜରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ଏବଂ ଅଭିଯୋଗକାରୀଠାରୁ ଚାନ୍ଦା ଆଦାୟ କରିଥିବା ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଅନୁଗୁଳ ଆମ୍ ଆଦ୍‌ମୀ ପାର୍ଟି।

ଏନେଇ ଅନୁଗୁଳ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଏକ ବୈଠକ ଡାକି ବିଜେପି ଉପରେ ବର୍ଷିଛନ୍ତି ସ୍ଥାନୀୟ ନେତୃବୃନ୍ଦ। ସେମାନେ କହିଛନ୍ତି ଯେ ଆପ୍ ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ପି ସରଥ ଚନ୍ଦ୍ର ରେଳୀ ନାମକ ମଦ ବେପାରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି। କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜରିୱାଲଙ୍କୁ ଗିରଫ କରାଯାଇଛି।

ମାତ୍ର ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟ୍ରୋରାଲ ବଣ୍ଡ ତଥ୍ୟରୁ ଜଣାପଡ଼ିଛି ପି ସରଥ ଚନ୍ଦ୍ର ରେଡୀଙ୍କଠାରୁ ଭାରତୀୟ ଜନତା ପାର୍ଟି ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି। ସେ ଜେଲରେ ଥିବା ବେଳେ କିଛି ଚାନ୍ଦା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇଡି ତାଙ୍କର ବେଲକୁ ବିରୋଧ କରିନଥିଲା ଏବଂ ତାଙ୍କୁ ରାଜସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା। ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରାୟ ୫୦ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଏଥିରୁ ଜଣାପଡୁଛି ଚାପ ପକାଇ, ଡରାଇ ଧମକେଇ ଇଡି ମାଧ୍ଯମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ, ବରଂ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ମିଥ୍ୟା ବକ୍ତବ୍ୟ ମଧ୍ଯ ଆଦାୟ କରିଛି। ତେଣୁ ଆମ୍ ଆଦ୍‌ମୀ ପାର୍ଟି ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ-ସଭାପତି ବିକ୍ରମ କୁମାର ରାଉତ, ଜିଲ୍ଲା ଯୁଗ୍ମ ସମ୍ପାଦକ ସତ୍ୟବାଦୀ ନାହାକ, ଜିଲ୍ଲା ଉପସଭାପତି ଦୋଳଗୋବିନ୍ଦ ମହାପାତ୍ର, ଅନୁଗୁଳ ବିଧାନସଭା ମଣ୍ଡଳୀ ସଭାପତି ପ୍ରଦିପ କୁମାର ସାହୁ, ସମ୍ପାଦକ ପ୍ରିୟବ୍ରତ ପ୍ରଧାନ ଓ ଅନୁଗୁଳ ବ୍ଲକ ସଭାପତି ତୀର୍ଥବାସୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply