ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ “ବିଶ୍ଵ ଯକ୍ଷ୍ମା ଦିବସ” ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ବିହାରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ରୋଗର କାରଣ, ନିଦାନ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ। ୨୦୨୫ ସୁଦ୍ଧା ଅନୁଗୁଳ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ ଜିଲ୍ଲା ଭାବେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଡାକ୍ତର ମାନସ ରଞ୍ଜନ ବିଶ୍ଵାଳ ଯୋଗଦେଇ ସାଂପ୍ରତିକ କାଳରେ ଯକ୍ଷ୍ମା ରୋଗର ନିଦାନ ପାଇଁ ବ୍ୟବହୃତ ଯନ୍ତ୍ରଗୁଡ଼ିକର ସଠିକ୍ ବ୍ୟବହାର ପ୍ରକ୍ରିୟା ଉପରେ ସେ ଗୁରୁତ୍ଵ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଆଶା ତାଲିମ ପ୍ରଶିକ୍ଷକ ଡାକ୍ତର ସତ୍ୟନାରାୟଣ ସିଂହ ସାମନ୍ତ ଯୋଗଦେଇ ଯକ୍ଷ୍ମା ରୋଗ ନିରାକରଣ ପାଇଁ ପ୍ରାଚୀନ ଚିକିତ୍ସା ଶାସ୍ତ୍ରରେ ଥିବା ଖାଦ୍ୟ ପ୍ରଣାଳୀ ଓ ଜୀବନ ଶୈଳୀ ଉପରେ ଧ୍ୟାନ ଦେବା ଉଚିତ୍ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆଶା କର୍ମୀ, ପାରା ମେଡିକାଲ କର୍ମୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ “ବିଶ୍ଵ ଯକ୍ଷ୍ମା ଦିବସ” ପାଳିତ: ୨୦୨୫ ସୁଦ୍ଧା ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବାକୁ ପରାମର୍ଶ
- Post published:March 24, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul





