୨୬୩ ଟି ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କୁ ବଣ୍ଟାଗଲା ପୋଷାକ

You are currently viewing ୨୬୩ ଟି ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କୁ ବଣ୍ଟାଗଲା ପୋଷାକ

ଅନୁଗୁଳ: ଅନୁଗୁଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନା ଅନ୍ତର୍ଗତ ଅଙ୍ଗନବାଡ଼ି ଶିଶୁଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।

କାର୍ଯ୍ୟକ୍ରମକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଙ୍ଗନବାଡି ଶିଶୁଙ୍କୁ ପୋଷାକ ବିତରଣ କରିଥିଲେ। ଅନ୍ୟତମ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ। ନୂଆମୌଜା ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗରାଯୋଡି ଓ ଖଲାରୀ ଗ୍ରାମର ୩୦ ଜଣ ଅଙ୍ଗନୱାଡି ଶିଶୁଙ୍କୁ ୨ ହଳ ଲେଖାଏଁ ୟୁନିଫର୍ମ ପୋଷାକ ବିତରଣ କରାଯାଇଛି।

ଏଥିସହ ବ୍ଳକର ୨୬୩ ଟି ଅଙ୍ଗନୱାଡି କେନ୍ଦ୍ରରେ ସମସ୍ତ ୭୪୬୭ ଜଣ ଶିଶୁଙ୍କୁ ପୋଷାକ ବଣ୍ଟନ ଏବଂ ଜିଲ୍ଲାର ସମସ୍ତ ୧୬୮୫ ଟି ଅଙ୍ଗନୱାଡି କେନ୍ଦ୍ରର ୪୭୧୧୯ ଜଣ ଶିଶୁଙ୍କୁ ଏହି ପୋଷାକ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜଶ୍ରୀ ସାହୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ସିଡିପିଓ ରୀତାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply