ବିଜେପି ଅନୁଗୁଳ ଜିଲ୍ଲା ଉପସଭାପତି ହେଲେ ଆଠମଲ୍ଲିକର ସମାଜସେବୀ ଅର୍ଜୁନ ସାହୁ

You are currently viewing ବିଜେପି ଅନୁଗୁଳ ଜିଲ୍ଲା ଉପସଭାପତି ହେଲେ ଆଠମଲ୍ଲିକର ସମାଜସେବୀ ଅର୍ଜୁନ ସାହୁ

 

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ସମାଜସେବୀ ଅର୍ଜୁନ ସାହୁଙ୍କୁ ଜିଲ୍ଲା ବିଜେପିର ଉପସଭାପତି ଦାୟିତ୍ୱ ଦିଆଯାଇଛି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଓ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ସ୍ଥାନୀୟ ସମାଜସେବୀ ଅର୍ଜୁନ ସାହୁଙ୍କୁ ବିଜେପିର ଅନୁଗୁଳ ଜିଲ୍ଲା ନୂତନ ଉପ ସଭାପତି ଭାବେ ନାମ ଘୋଷଣା କରିଛନ୍ତି।

ପ୍ରକାଶ ଥାଉକି କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ଶ୍ରୀ ସାହୁ ବିଜେପିରେ ଯୋଗ ଦେଇଥିଲେ।

Share

Leave a Reply