ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଡ଼ୁଆ ବଢ଼ିଛି। ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ତାଙ୍କ ବିରୋଧରେ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ଅଦାଲତ ଅବମାନନା ମାମଲାରେ କେବଳ ହାଜର ହେବା ପାଇଁ ନୁହେଁ, ବରଂ ସଚିବଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାକୁ ପୁଲିସକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ତାଙ୍କୁ କୋର୍ଟରେ ହାଜର କରାଇବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କୋର୍ଟଙ୍କ ଆଦେଶ ପାଳନ ନହେବା କିମ୍ବା ଶୁଣାଣି ସମୟରେ ଅନୁପସ୍ଥିତ ରହିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ନାଁରେ ଗିରଫ ପରୱାନା: ୨୨ରେ କୋର୍ଟରେ ହାଜର କରିବାକୁ ପୁଲିସକୁ ନିର୍ଦ୍ଦେଶ


