CADLAB

ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ କଦମ ପଡିଆ ପରିଦର୍ଶନ

0

ଅନୁଗୁଳ: ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତ୍ତା ଗୁରୁବାର ସ୍ଥାନୀୟ କଦମ ପଡିଆ ପରିଦର୍ଶନ କରିଛନ୍ତି l ଏହି ଅବସରରେ ନୂତନ ଭିତ୍ତିପ୍ରସ୍ତର ସ୍ଥାପନା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଗ୍ରାଉଣ୍ଡ କମିଟିର ଚେୟାରମ୍ୟାନ ଧିରେନ ପଲେଇ ଓ କମିଟିର ସଦସ୍ୟ ଡାନିଏଲ ରାଉତ, ଦେବାଶିଷ ପତି, ପିଚ୍ କ୍ୟୁରେଟର ହୃଷିକେଶ ସିଂ, ଇଞ୍ଜିନିଅର କମିଟି ଇଞ୍ଜିନିଅର କ୍ରିଏସନ ଇଣ୍ଡିଆର ଆଲୋକ କୁମାରଙ୍କ ସହ ଅନୁଗୁଳ ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଉପସ୍ଥିତ ରହି କାର୍ଯ୍ୟର ସମୀକ୍ଷା କରିଥିଲେ l  କାର୍ଯ୍ୟକ୍ରମରେ ଜ଼ିଲ୍ଲା କ୍ରିକେଟ ସଙ୍ଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ , ସମ୍ପାଦକ ସାଗର ନାଥ ମିଶ୍ର, ସହ ସମ୍ପାଦକ ଗଙ୍ଗାଧର ପଟନାୟକ ଓ ସତେନ୍ଦ୍ର ପ୍ରଧାନ, ଉପସଭାପତି ପ୍ରଭାତ ସିହ୍ନl ଓ ଅରୁଣ ପୁଷ୍ପାଳକ, କୋଷାଧକ ରଞ୍ଜନ କୁମାର ଧୀରସାମନ୍ତ , ଓଡିଶା କ୍ରିକେଟ ଆସୋସିଏସନର ପ୍ୟାନେଲ ଅମ୍ପାୟାର ଜୟ କୃଷ୍ଣ ରାଉତଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

Leave A Reply

Your email address will not be published.