ଅନୁଗୁଳ: ୨୦୧୪ ମସିହାରୁ ୨୦୧୮ ମଧ୍ଯରେ ଦେଶରେ କଲରାପତରିଆ ବାଘଙ୍କ ସ˚ଖ୍ୟା ୬୦ ପ୍ରତିଶତ ବଢ଼ିଛି ଏବ˚ ଓଡ଼ିଶାରେ ଏହା ୨ ଗୁଣରୁ ଅଧିକା ହୋଇଥିବା ସରକାରୀ ଭାବେ କୁହାଯାଉଛି। ଉନ୍ନତ ଜଙ୍ଗଲ ସ˚ରକ୍ଷଣ ଓ ଜିନ୍ ବିବଧତାର ବୃଦ୍ଧି କାରଣରୁ ଏସବୁ ସମ୍ଭବ ହୋଇପାରିଛି ବୋଲି ଦାବି କରାଯାଇଛି।
ଅନୁଗୁଳ ସର୍କଲ୍ରେ ୨୦୧୪ରେ ୫୩ଟି କଲରାପତଣିଆ ବାଘ ଥିଲେ। ଏବେ ଏହି ବାଘ ସ˚ଖ୍ୟା ୧୦୦ ପାଖାପାଖି ହେବ ବୋଲି କୁହାଯାଉଛି। ତେବେ କଲରାପତରିଆ ମଧ୍ଯ ବେଳେବେଳେ ନିଜ ବାସ ଅଞ୍ଚଳରେ ଖାଦ୍ୟ ନପାଇ ଜଙ୍ଗଲ ବାହାରକୁ ଚାଲିଆସୁଛନ୍ତି ଏବ˚ ଶିକାରୀଙ୍କ କୋପଦୃଷ୍ଟିରେ ପଡୁଛନ୍ତି। ୨୦୧୯ ଫେବୃଆରୀ ୯ ତାରିଖରେ ଛେଣ୍ତିପଦାର କଣଲୋଇ ଜଙ୍ଗଲରେ ଗୋଟିଏ ୬ ଫୁଟିଆ ମାଈ କଲରାପତରିଆ ବାଘର କଙ୍କାଳ ମିଳିଥିଲା। ସେହିଭଳି ଜାନୁଆରି ୧୬ ତାରିଖରେ ଖମାର ନିକଟବର୍ତ୍ତୀ ରେଙ୍ଗାଳି ଜଳଭଣ୍ତାର ଅଞ୍ଚଳର ଆଉ ଗୋଟିଏ ପୁରୁଷ କଲରାପତରିଆର କଙ୍କାଳ ମିଳିଥିଲା। ଏସବୁ ସତ୍ତ୍ବେ ପ୍ରାକୃତିକ ପରିବେଶରେ କଲରାପତରିଆ ସ˚ଖ୍ୟା ବଢ଼ୁଥିବା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷରେ ମହାବଳ ବାଘର ବ˚ଶବୃଦ୍ଧି ନ ହେବା ଚିନ୍ତାଜନକ ହୋଇଛି। ସରକାରଙ୍କ ପ୍ରୟାସ ନିକଟରେ ବିଫଳ ହୋଇଥିବା ବେଳେ ବାଘ ବିଶେଷଜ୍ଞ ମଧ୍ଯ ଏଥିନେଇ କୌଣସି ସ୍ବତନ୍ତ୍ର ଯୋଜନା କରୁନାହାନ୍ତି। ରାଜ୍ୟ ଜଙ୍ଗଲ ବିଭାଗ ନିଜ ତ୍ରୁଟି ସୁଧାରି ବାଘ ବ˚ଶ ବୃଦ୍ଧି ନେଇ ସ୍ବତନ୍ତ୍ର ଯୋଜନା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
1
f600b249-5c54-442c-a949-d6bc81000fab
Prev Post