ଅନୁଗୁଳ: ଘର ଦ୍ବାର ଅଛି ବଡ଼ ପୁଅ ପୋଲିସ ବିଭାଗରେ ଚାକିରି କରିଛି, ପୁଲିସରେ ଚାକିରି କରିଥିବା ସ୍ବର୍ଗତ ସ୍ଵାମୀଙ୍କ ପେନସନ ବି ମିଳୁଚି କିନ୍ତୁ ଏସବୁ ସତ୍ତ୍ୱେ ୬୩ ବର୍ଷୀୟ ଭାରତୀ ରବିବାର ବୃଦ୍ଧାଶ୍ରମରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀଙ୍କ କହିବା କଥା ହେଲା ତାଙ୍କ ଘର ବଅଁରପାଳ ଥାନା ଗୋତମରା ଗାଁ ରେ। ସ୍ଵାମୀ ପୁଲିସରେ ହାବିଲଦାର ଥିଲେ। ବଡ଼ ପୁଅକୁ ୪ ବର୍ଷ ବୟସ ବେଳେ ହଠାତ୍ ସ୍ଵାମୀଙ୍କ ଦେହାନ୍ତ ହୋଇଗଲା। ଘର ଚଳାଇବା ପାଇଁ ଭାରତୀ କିଛି ବର୍ଷ ହୋମଗାର୍ଡ ଚାକିରି କଲେ। ଦୁଇ ପୁଅ ଗୋଟିଏ ଝିଅକୁ ମଣିଷ କଲେ। ଯେତେବେଳେ ବୋହୂମାନେ ଘରକୁ ଆସିଲେ ଭାରତୀଙ୍କ କପାଳ ଫାଟିଲା। ବୋହୂ ମାନଙ୍କ ଗାଳି ମାଡ଼ ଯେତେବେଳେ ସୀମା ଲଙ୍ଘିଲା, ଚଳିତ ଜାନୁୟାରୀ ପହିଲା ଦିନ ଭାରତୀ ଘରୁ ବାହାରି ଆସି ଜଣେ ପଡୋଶୀଙ୍କ ଘରେ ରହିଲେ। ପଡୋଶୀ ଜଣକ ଗାଡ଼ି କରି ଆଜି ଯେତେବଳେ ଭାରତୀଙ୍କୁ ତାଙ୍କ ଘରେ ଛାଡ଼ିଦେଲେ, ବଡ଼ ପୁଅ ବୋହୁ ପୁଣି ତାଙ୍କୁ ତଡି ଦେଲେ। ଘଟଣା ସମ୍ପର୍କରେ ଖବର ପାଇ ଶିରିଡ଼ି ସାଇ ଚାରିଟେବଲ ଟ୍ରଷ୍ଟର ସଦସ୍ୟ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ଆଶ୍ରମରେ ରଖିଛନ୍ତି। ସୋମବାର ସମାଜ ମଙ୍ଗଳ ଅଧିକାରୀଙ୍କ ପରାମର୍ଶ କ୍ରମେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଟ୍ରଷ୍ଟର ସଦସ୍ୟ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।
ବୋହୂ ନିର୍ଯ୍ୟାତନାରୁ ଆଶ୍ରମକୁ ଆଦରି ନେଲେ ପୂର୍ବତନ ମହିଳା ହୋମଗାର୍ଡ
- Post published:January 23, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
