ଅନୁଗୁଳ: ଛେଣ୍ତିପଦା ଖଜୁରିଆ ସାହିର ପୂର୍ଣ୍ଣ ବେହେରାଙ୍କ ରୋଗିଣା ପୁଅର ରାଜ କୁମାର ବେହେରା (୩୪)ଙ୍କ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ୫ ହଜାର ଟଙ୍କା ରେଡ୍କ୍ରସ୍ ପାଣ୍ଠିରୁ ପ୍ରଦାନ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ଜଣେ ଶ୍ରମଜୀବୀ। ଅସୁସ୍ଥତା କାରଣରୁ ସେ ଆଉ କାମ କରିପାରୁନାହାନ୍ତି। ଘରେ ୩ ଝିଅରେ ଗୋଟିଏ ବୋଲି ପୁଅ। ପୁଅ ରାଜକୁମାରଙ୍କୁ ପ୍ରାୟ ବର୍ଷେ ତଳେ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକଙ୍କ ଚେଷ୍ଟା, ସାହି ଲୋକଙ୍କ ବଦାନ୍ୟତା ହେତୁ ରାଜକୁମାର ବଞ୍ଚିଗଲେ ସିନା ସେ କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି। ୩ ଭଉଣୀ ସାହିଭାଇଠୁଁ ମାଗିଯାଚି ଔଷଧ କିଣି ଭାଇକୁ ଦେଉଛନ୍ତି। ଏଣେ ଗାଁ ରୁ ଧାର ପଇସା ସୁଝୁନଥିବାରୁ ତାଗିଦା ପରେ ତାଗିଦା। ଏଥିରେ ଅତିଷ୍ଠ ହୋଇ ପରିବାର ଲୋକ ସାମୂହିକ ଆତ୍ମହତ୍ୟା ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏ ଖବର ପାଇ କିଛି ସମାଜସେବୀ ଏବ˚ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଏଥିରୁ ନିବୃତ୍ତ କରାଇଥିଲେ। ଶେଷରେ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟି ନିଜ ସମସ୍ୟା ଜଣାଇବା ପରେ ଜିଲ୍ଲାପାଳ ତତ୍କାଳ ସହାୟତା ପ୍ରଦାନ କରିଥିଲେ।
ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ଦେଲେ ସହାୟତା
- Post published:December 8, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
