ବନ୍ଦ ହେଲା ବିଜେଡି ସରକାରଙ୍କ ‘ନୂଆ ଓ’, ଆରମ୍ଭ ହେବ ‘ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ସ୍କିମ୍’

You are currently viewing ବନ୍ଦ ହେଲା ବିଜେଡି ସରକାରଙ୍କ ‘ନୂଆ ଓ’, ଆରମ୍ଭ ହେବ ‘ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ସ୍କିମ୍’

ଭୁବନେଶ୍ବର: ନବୀନ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନାକୁ ନୂଆ ବିଜେପି ସରକାର ଆସିବା ପରେ ବଦଳାଇବାରେ ଲାଗିଛନ୍ତି କିମ୍ବା ବନ୍ଦ କରୁଛନ୍ତି। ଏହି ଧାରାରେ ଆଜି ବନ୍ଦ ହୋଇଛି ପୁରୁଣା ସରକାରଙ୍କର ‘ନୂଆ ଓ’। ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମକୁ ବନ୍ଦ କରିଛନ୍ତି ମୋହନ ସରକାର। ନୂଆ ସରକାର ପିଜି ଓ ୟୁଜି ପିଲାଙ୍କୁ ନୂଆ ସ୍କିମ୍ ଯୋଗାଇ ଦେବେ। ସେଥିପାଇଁ ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ସ୍କିମ ଆରମ୍ଭ କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଶୁକ୍ରବାର ପୂର୍ବ ସରକାରଙ୍କ ‘ନୂଆ ଓ’ ତଥା ନୂତନ ଉନ୍ନତି ଅଭିଳାଷ ଓଡ଼ିଶା କାର୍ଯ୍ୟକ୍ରମ ବନ୍ଦ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମୋହନ ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି ନେଇ କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

Share

Leave a Reply