ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ସ୍ଥିତ ହୋଟେଲ ଆସିଆନା ହିଲ୍ ଭ୍ୟୁକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ତିନିତାରକା ହୋଟେଲର ମାନ୍ୟତା ପ୍ରଦାନ କରାଯାଇଛି। ୮୦ଟି ପ୍ରକୋଷ୍ଟ ବିଶିଷ୍ଟ ଏହି ହୋଟେଲ କିଛି ବର୍ଷ ଧରି ଓଡ଼ିଶା ତଥା ଓଡ଼ିଶା ବାହାରର ବ୍ୟକ୍ତିମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛି। ସରକାରଙ୍କର ପର୍ଯ୍ୟଟନ ବିଭାଗର ୬ ଜଣିଆ କମିଟି ଆସି ହୋଟେଲକୁ ପର୍ଯ୍ୟବେକ୍ଷଣ କରିବା ସହ ଏହାର ସେବା ମନୋଭାବର ପ୍ରଶଂସା କରିଥିବା ଜଣାଯାଇଛି । ହୋଟେଲର ମ୍ୟାନେଜିଂ ଡାଇରେକ୍ଟର ରାଜେଶ କୁମାର ଧଳ ଏହାର ସମସ୍ତ ଶ୍ରେୟ ହୋଟେଲ କର୍ମଚାରୀମାନଙ୍କୁ ଦେବା ସହିତ ଭବିଷ୍ୟତରେ ଏହି ହୋଟେଲକୁ ପଞ୍ଚତାରକା ହୋଟେଲରେ ପରିଣତ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛନ୍ତି।
‘ଆସିଆନା ହିଲ୍ ଭ୍ୟୁ’କୁ ତିନିତାରକା ହୋଟେଲର ମାନ୍ୟତା
- Post published:February 22, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul