ଅଗ୍ନି ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଗୌଣ୍ଡ ସମାଜ

You are currently viewing ଅଗ୍ନି ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଗୌଣ୍ଡ ସମାଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲ୍ଲୀ ଗାଁରେ ଗତକାଲି ଅଗ୍ନିକାଣ୍ଡରେ ଜଣଙ୍କର ଘର ପୋଡ଼ି ଯାଇଛି। ଅଗ୍ନି ବିପନ୍ନ ହେଲେ କୁମର ନାୟକ। ତାଙ୍କର ୪ ବଖରା ଚାଳଛପର ମାଟି ଘର ପାଉଁଶ ହୋଇଛି। ଏଥିସହ ଗାଈଗୁହାଳ ମଧ୍ୟ ଜଳିଯାଇଛି।
ଏନେଇ ଜାଣିବା ପରେ ବୁଧବାର ଆଠମଲ୍ଲିକ ଗୌଣ୍ଡ ଓ୍ବାନା ପରିଷଦ, କୁସୁଣୀପୁଞ୍ଜ ତରଫରୁ ୩୫୦୦ ଟଙ୍କାର ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ଜିଲ୍ଲା ସଭାପତି ସଦାଶିବ ନାୟକ, ଆଠମଲ୍ଲିକ କେନ୍ଦ୍ର କମିଟି ସଭାପତି ଭଜମନ ନାୟକ, ସୂଚନା ସମ୍ପାଦକ ଅମୀୟ ରଞ୍ଜନ ନାୟକ, କୁସୁଣୀପୁଞ୍ଜ ସଭାପତି ଧର ନାୟକ, ମହାସଚିବ ଅକ୍ଷୟ ନାୟକ ଏବଂ ଧଡରପାଳ ପୁଞ୍ଜର ମହାସଚିବ ଜୟରାମ ନାୟକ ଉପସ୍ଥିତ ରହି ସହାୟତା କରିଥିଲେ।
ଏଥିସହ କୁମରଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ରାଶି ଯୋଗାଇ ଦେବାକୁ ଦାବି ହେଉଛି।

Share

Leave a Reply