ଅସ୍ଥାୟୀ ପୁଷ୍କରିଣୀ ଏବେ ଡେଙ୍ଗୁର ଏନ୍ତୁଡ଼ିଶାଳ

You are currently viewing ଅସ୍ଥାୟୀ ପୁଷ୍କରିଣୀ ଏବେ ଡେଙ୍ଗୁର ଏନ୍ତୁଡ଼ିଶାଳ

ଅନୁଗୁଳ: ପାର୍ବଣ ଋତୁ ରେ ପୂଜା କମିଟି ଗୁଡିକ ଯେଉଁ ଅସ୍ଥାୟୀ ପୁଷ୍କରିଣିରେ ମୂର୍ତି ବିସର୍ଜନ କରିଥିଲେ ତାହା ଏବେ ଡେଙ୍ଗୁର ଏନ୍ତୁଡ଼ିଶାଳ ପାଲଟି ଥିବା ସାଧାରଣରେ ଅଭିଯୋଗ ହୋଇଛି। ଅନୁଗୁଳ ସହର ମଧ୍ୟରେ ଥିବା ପୁଷ୍କରିଣୀ ଗୁଡିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପୌରପାଳିକା ପକ୍ଷରୁ ଅସ୍ଥାୟୀ ପୁଷ୍କରିଣୀ ଖୋଳା ଯାଇଥିଲା । କେଉଁ କେଉଁ କମିଟି ସେଠାରେ ମୂର୍ତି ବିସର୍ଜନ କଲେ ତାହା ଅଲଗା କଥା କିନ୍ତୁ ପାର୍ବଣ ଋତୁ ପରେ ସେ ପୁଷ୍କରିଣୀ କୁ ପୋତାଯିବା କଥା ବା ମଶା ତେଲ ପଡିବା କଥା। କିନ୍ତୁ ଏଥି ପ୍ରତି ପୌରପାଳିକା ଦୃଷ୍ଟି ଦେଉନଥିବାରୁ ସେଠାରେ ମଶା ଲାର୍ଭା ସୃଷ୍ଟି ହେଲେଣି। ଚନ୍ଦନ ନର୍ସିଂ ହୋମ ପାଖରେ ଥିବା ଏହି ପୋଖରୀ ଡେଙ୍ଗୁ ମଶାର ଉତ୍ପତିସ୍ଥଳ ହୋଇପାରେ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏଠାରେ ସୂଚନା ଯୋଗ୍ୟ ଯେ ଅନୁଗୁଳ ସହରର ପରିମଳ ବ୍ୟବସ୍ଥା ଭୁଶୁଡି ପଡିଥିବାନେଇ ବିଭିନ୍ନଗଣମାଧ୍ୟମରେ ଖବର ପ୍ରଚ।ରିତ ହେବା ପରେ ପୌରକର୍ତୁପକ୍ଷ ପରିମଳ ଅଧିକାରୀ ଯୁଧିଷ୍ଠିର ବେହେରାଙ୍କୁ ବଦଳାଇ ତାଙ୍କ ସ୍ଥାନରେ ସୂର୍ଯ୍ୟକାନ୍ତ ସ୍ବାଇଁଙ୍କୁ ଅବସ୍ଥାପିତ କରିଛନ୍ତି ।

Share

Leave a Reply