ରାଜ୍ୟ ସରକାରଙ୍କ ବଡ ଘୋଷଣା: ମାର୍ଚ୍ଚ ୨୦୨୨ ଯାଏଁ ମିଳିବ ମାଗଣା ଚାଉଳ

0

ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ ମାସ ମାଗଣାରେ ମିଳିବ ଚାଉଳ । ମାଗଣାରେ ଅତିରିକ୍ତ ୫ କିଲୋ ଚାଉଳ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମିଳିବ। ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହି ଚାଉଳ ମିଳିବ । ଏହି ଯୋଜନା ଅଧୀନରେ ୨,୮୮,୫୨୮ ପରିବାରର ୯,୧୫,୫୩୨ ସଦସ୍ୟ ଉପକୃତ ହେବେ। ଏଥିପାଇଁ ମାସକୁ ୪,୫୭୮ ଟନ୍ ଚାଉଳ ହିସାବରେ ୪ମାସରେ ୧୮,୩୧୦.୬୪୦ ଟନ୍ ଚାଉଳ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ରାଜକୋଷରୁ ୬୮.୧୩ କୋଟି ଟଙ୍କା ଖର୍ଚ୍ଚ ହେବ ।

online coaching

Leave A Reply

Your email address will not be published.