ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପାୱାର ଗ୍ରୀଡ ପାଇଁ ଜାଗା ଦେଇଥିବା ଲୋକେ କ୍ଷତି ପୂରଣ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ଫୁଲପଡା ଅଞ୍ଚଳରେ ହୋଇଥିବା ପାୱାର ଗ୍ରୀଡ ସବ ଷ୍ଟେସନ ପାଇଁ ସେହି ଅଞ୍ଚଳର ଅନେକ ଲୋକ ନିଜ ଜାଗା ଦେଇଛନ୍ତି। ଏହା ପ୍ରତି ବଦଳରେ ତାଙ୍କୁ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କ୍ଷତି ଗ୍ରସ୍ତ ପ୍ରଜା କ୍ଷତି ପୂରଣ ପାଇ ନାହାନ୍ତି। ଏଣୁ ବାଧ୍ୟ ହୋଇ ସୋମବାର ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
କ୍ଷତି ପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଫୁଲପଡା ପାୱାର ଗ୍ରୀଡ ପାଇଁ ଜାଗା ଦେଇଥିବା ଗାଁ ଲୋକ
- Post published:April 11, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


