ଗଣ୍ଡଗୋଳ ରୋକିବା ହେଲା କାଳ, ଭୁଜାଲି ଆକ୍ରମଣରେ ୩ ଗୁରୁତର

You are currently viewing ଗଣ୍ଡଗୋଳ ରୋକିବା ହେଲା କାଳ, ଭୁଜାଲି ଆକ୍ରମଣରେ ୩ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କନ୍ତପଡ଼ା ଗ୍ରାମରେ ଭୁଜାଲି ଆକ୍ରମଣରେ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତରମାନେ ହେଲେ ଦୋଳ ଗୋବିନ୍ଦ ବେହେରା, ଦୁଷ୍ମନ୍ତ ପ୍ରଧାନ, ଶେଷ ଦେବ ବେହେରା।

ଏ ନେଇ ଦୋଳ ଗୋବିନ୍ଦ ଠାକୁରଗଡ ଥାନାରେ ଶନିବାର ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ନମ୍ବର ୩୯/୨୫ ରେ ଏକ ମାମଲା ରୁଜୁ କରିଛି।

ପୋଲିସ ସୂଚନା ମୁତାବକ, ଏକ ବାହାଘର ଗ୍ରାମରେ ଚାଲିଥିବା ବେଳେ ସେହି ଗ୍ରାମର କାଳନ୍ଦୀ ସାହୁ ଗଣ୍ଡଗୋଳ କରିଥିଲେ। ଦୋଳ ଗୋବିନ୍ଦ ତାଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ପରେ କାଳନ୍ଦୀ ଏକ ବାଇକ ଯୋଗେ ଆସି ଦୋଳ, ଦୁଷ୍ମନ୍ତ ଓ ଶେଷଦେବଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛି।

Share

Leave a Reply