ଆଠମଲ୍ଲିକ ବିଧାନସଭା ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ, ଯୋଗଦେଲେନି ନିର୍ବାଚିତ ଲୋକ ପ୍ରତିନିଧି

You are currently viewing ଆଠମଲ୍ଲିକ ବିଧାନସଭା ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ, ଯୋଗଦେଲେନି ନିର୍ବାଚିତ ଲୋକ ପ୍ରତିନିଧି

ଆଠମଲ୍ଲିକ: ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଠମଲ୍ଲିକ ବ୍ଲକ, କିଶୋରନଗର ବ୍ଲକ, ଅନୁଗୁଳ ବ୍ଲକର ୯ଟି ପଞ୍ଚାୟତ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବିଧାୟକ ଶ୍ରୀ ସାଏ ଏହି ସମୀକ୍ଷାକୁ ବ୍ଲକ କିମ୍ବା ଉପଖଣ୍ଡ ସ୍ତରରେ ନ କରି ସରକାରୀ ଅଧିକାରୀଙ୍କୁ ଅନୁଗୁଳ ଡକାଇ ସମୀକ୍ଷା କରିଥିବାରୁ ବିବାଦ ଦେଖାଦେଇଛି।

ବୈଠକରେ ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ, କିଶୋରନଗର ବ୍ଲକ ଅଧ୍ୟକ୍ଷା ସୈରୀନ୍ଦ୍ରୀ ପ୍ରଧାନ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଆଶାକୁମାରୀ ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଯୋଗ ନ ଦେବା ଘଟଣା ବିଧାୟକଙ୍କ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହ ସୁସମ୍ପର୍କ ନଥିବା ସ୍ପଷ୍ଟ ବାରିହୋଇପଡ଼ୁଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଏହି ଲୋକପ୍ରତିନିଧି ମାନଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଉତ୍ତରଦାୟିତ୍ୱ ରହୁଥିବା ବେଳେ ସେମାନଙ୍କୁ ଏହି ସମୀକ୍ଷା ବୈଠକରୁ କାହିଁକି ଦୂରେଇ ରଖାଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଏଭଳି କି ବିଧାୟକ ଶ୍ରୀ ସାଏ ଙ୍କ ସହ କଣ ଏହି ଲୋକପ୍ରତିନିଧିମାନେ ସଂସ୍ପର୍ଶରେ ନାହାଁନ୍ତି କି ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି।

ଏହି ସମୀକ୍ଷା ବୈଠକରେ ୩ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏନଏସି ନିର୍ବାହୀ ଅଧିକାରୀ, ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ତେବେ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ବିଧାୟକ ଶ୍ରୀ ସାଏ ଯେତିକି ପ୍ରଶ୍ନ ପଚାରିବାକଥା ପଚାରିନଥିବା ବେଳେ ବିଧାୟକଙ୍କ ସମର୍ଥକମାନେ ଅଧିକାରୀଙ୍କୁ ୟାଡୁସିଆଡ଼ୁ ଅନାବଶ୍ୟକ ପ୍ରଶ୍ନ ପଚାରିଥିଲେ ବୋଲି ଜଣାଯାଇଛି।

Share

Leave a Reply