ଅନୁଗୁଳ: ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳନ ଉପଲକ୍ଷେ ଆଠମଲ୍ଲିକ ଏନ.ଏ.ସି. ଅଞ୍ଚଳରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ପରେ ବ୍ଲକ ସଭାଘରେ ସାଧାରଣ ସଭା କରାଯାଇଥିଲା।
ଉପ-ଜିଲ୍ଲାପାଳ ତରଣୀ ସୁନାଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ, ସାଂସଦଙ୍କ ପ୍ରତିନିଧି ଯୋଗଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ଏନ.ଏ.ସି ଅଧ୍ୟକ୍ଷା, ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଓ କିଶୋରନଗର ବ୍ଲକ ଅଧ୍ୟକ୍ଷାଙ୍କୁ ସମ୍ମାନିତ ଅତିଥି ତାଲିକାରୁ ବାଦ ଦିଆଯାଇଥିବା ଜଣାଯାଇଛି। ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି।