ଅନୁଗୁଳ: ପୋଲିସ ଦ୍ୱାରା ନିର୍ଯାତିତ ପାଳଲହଡ଼ାର ଆଦିତ୍ୟ ଓ ତାଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ଵରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଘଟଣାର ତଦନ୍ତ ସହିତ ଆଦିତ୍ୟଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରି ଦୋଷୀ ପୋଲିସ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।
ପ୍ରତିନିଧି ଦଳରେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ତ ଗଡନାୟକ, ସମ୍ପାଦକ ପ୍ରଭାତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ବିଶ୍ବଜିତ୍ ମିଶ୍ର, ମହିଳା ମୋର୍ଚ୍ଚା ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ରୋଜାଲିନ ଦାସ, ଯୁବ ମୋର୍ଚ୍ଚା ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଚନ୍ଦ୍ରକାନ୍ତ ଦାସ, ପ୍ରଶାନ୍ତ ପୃଷ୍ଟି, ଅଜିତ ପ୍ରଧାନ, ମିଲାପ ପ୍ରଧାନ, ସୋମୁ ମିଶ୍ର, ଅମୂଲ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।