ନକଲି ଆଡମିଟ୍ କାର୍ଡ ପାଇଁ ପରୀକ୍ଷାରୁ ବଞ୍ଚିତ ମାମଲା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ୩ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

You are currently viewing ନକଲି ଆଡମିଟ୍ କାର୍ଡ ପାଇଁ ପରୀକ୍ଷାରୁ ବଞ୍ଚିତ ମାମଲା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ୩ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ: ନକଲି ଆଡମିଟ୍‌ କାର୍ଡ ପାଇଁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛେଣ୍ଡିପଦା ସାଇ ଶ୍ରଦ୍ଧା ନର୍ସିଂ କଲେଜର ୩ ଜଣ ଛାତ୍ରୀ ଆଜି ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ବେଳେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନେ ପେଟ୍ରୋଲ ଓ ଦିଆସିଲି ନେଇ ପହଞ୍ଚିଥିବା ବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ପରେ ଏହି ଛାତ୍ରୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ସନ୍ଧ୍ୟା ବେଳକୁ ସେମାନଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯିବାରୁ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଯେ, ଛେଣ୍ଡିପଦା ଅଞ୍ଚଳର ସାଇ ଶ୍ରଦ୍ଧା ନର୍ସିଂ କଲେଜର କିଛି ଛାତ୍ରୀ କଲେଜ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ କଲେଜ କର୍ତ୍ତୃପକ୍ଷଙ୍କର ଭୁଲ୍‌ ପାଇଁ ୭ ଜଣ ଛାତ୍ରୀ ନର୍ସିଂ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ସେମାନେ ଟଙ୍କା ଦେଇ ଫର୍ମ ପୂରଣ କରିଥିଲେ। କିନ୍ତୁ ତାଙ୍କୁ ନକଲି ଆଡମିଟ୍‌ କାର୍ଡ ମିଳିଥିଲା। ପରୀକ୍ଷା ଦେବା ପାଇଁ ଗଲାବେଳେ ଏ ନେଇ ସେମାନେ ଜାଣିବାକୁ ପାଇଥିଲେ। ତେବେ ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ କୌଣସି ଠିକ ଉତ୍ତର ଦେଇ ନ ଥିଲେ। ପରେ ସେମାନେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସେଠାରୁ କୌଣସି ସହଯୋଗ ମିଳି ନ ଥିଲା। ତେଣୁ ବାଧ୍ୟ ହୋଇ ଆଜି ୩ ଜଣ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି।

Share

Leave a Reply