ଭୋଜି ବେଳେ ବଚସା: ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ କଲେ ସାଙ୍ଗର ପରିବାର

You are currently viewing ଭୋଜି ବେଳେ ବଚସା: ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ କଲେ ସାଙ୍ଗର ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସୋମନାଥପୁର ଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗାଁର ଏକ ପରିବାର ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ବୁଲା ପ୍ରଧାନ। ଅଭିଯୋଗ ଭିତ୍ତିରେ ପୋଲିସ କେସ୍ ନମ୍ବର 294/24 ରେ ଏକ ମାମଲା ରୁଜୁ କରିଛି।

ଅଭିଯୋଗ ମୁତାବକ, ବୁଲା ପ୍ରଧାନଙ୍କୁ ସେହି ଗ୍ରାମର ସହଦେବ ପ୍ରଧାନ, ତାଙ୍କ ପତ୍ନୀ ଉଷା ପ୍ରଧାନ, ପୁଅ ରାଜୁ ପ୍ରଧାନ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏନେଇ ସେ ମଙ୍ଗଳବାର ଦିନ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ବୁଲା ଓ ସହଦେବ ମିଶି ଭୋଜି କରୁଥିଲେ। ଭୋଜିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସହଦେବ, ତାଙ୍କ ସ୍ତ୍ରୀ ଓ ପୁଅ ମିଶି ବୁଲାଙ୍କୁ ମାଡ଼ ମାରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

Share

Leave a Reply