BMC ଡେପୁଟି କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା: ସାମୂହିକ ଛୁଟିରେ ଗଲେ ଅନୁଗୁଳର OAS ଓ ORS ଅଧିକାରୀ

You are currently viewing BMC ଡେପୁଟି କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା: ସାମୂହିକ ଛୁଟିରେ ଗଲେ ଅନୁଗୁଳର OAS ଓ ORS ଅଧିକାରୀ

ଅନୁଗୁଳ: ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ଓ ବରିଷ୍ଠ OAS ଅଧିକାରୀ ରତ୍ନାକର ସାହୁଙ୍କୁ ଶାରୀରିକ ଆକ୍ରମଣ ବିରୋଧରେ ପ୍ରତିବାଦ ଜଣାଇ ଅନୁଗୁଳ ଜିଲ୍ଲାର OAS ଓ ORS ଅଧିକାରୀମାନେ ସାମୂହିକ ଛୁଟି ଘୋଷଣା କରିଛନ୍ତି । ଏହି ଅପ୍ରତ୍ୟାଶିତ ଓ ନିନ୍ଦନୀୟ ଘଟଣାକୁ ନେଇ ସମସ୍ତ OAS ଓ ORS ଅଧିକାରୀ ଏକ ଜରୁରୀକାଳୀନ ବୈଠକରେ ବସି ୧ ଜୁଲାଇ ୨୦୨୫ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଅଧିକାରୀମାନେ ଲିଖିତ ଭାବେ ଜଣାଇଛନ୍ତି ଯେ, ପ୍ରଶାସନିକ ସେବାର କେନ୍ଦ୍ରବିନ୍ଦୁ ଭୁବନେଶ୍ବର ଭଳି ସ୍ଥାନରେ କର୍ତ୍ତବ୍ୟରେ ଥିବା ଜଣେ ବରିଷ୍ଠ ଅଧିକାରୀ ଉପରେ ଏହି ପରି ନିର୍ମମ ଆକ୍ରମଣ କେବଳ ଏକ ବ୍ୟକ୍ତି ଉପରେ ନୁହେଁ, ବରଂ ସାରା ପ୍ରଶାସନିକ ବ୍ୟବସ୍ଥା ଉପରେ ଆକ୍ରମଣ। ଦୋଷୀ ବିରୁଦ୍ଧରେ ବିଧିବଦ୍ଧ ଓ କଠୋର କାର୍ଯ୍ୟାନୁଷ୍ଠାନ ନ ନିଆଯିବା ପର୍ଯ୍ୟନ୍ତ ଛୁଟି ଜାରି ରଖିବାର ନିଷ୍ପତ୍ତି ନେଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ଡେପୁଟି କଲେକ୍ଟର ଜୟକୃଷ୍ଣ ପାତ୍ର, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ, ଅତିରିକ୍ତ ତହସିଲଦାର ମିନର୍ଭା ନାୟକ, ଡେପୁଟି କେଲେକ୍ଟର (ନିର୍ବାଚନ) ମମତା ପ୍ରଧାନ, ଡେପୁଟି କଲେକ୍ଟର ସ୍ୱାହା ମହାନ୍ତି, ସହକାରୀ ଜିଲ୍ଲାପାଳ ସୁକାନ୍ତ ସାହୁ, ସହକାରୀ ଜିଲ୍ଲାପାଳ ମନ୍ମଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply