ଅନୁଗୁଳ: ଦମ୍ପତିଙ୍କୁ ଆକ୍ରମଣ କରିଥିବା ନେଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଅଭିଯୋଗ।
ସୂଚନା ମୁତାବକ, ବଇସିଣା ଗ୍ରାମର ପ୍ରତିମା ବେହେରା ଓ ତାଙ୍କ ସ୍ଵାମୀ ପର୍ଶୁରାମ ବେହେରାଙ୍କୁ ସେହି ଗ୍ରାମର କୀର୍ତ୍ତନ ମାହାର ଓ ତାଙ୍କ ପତ୍ନୀ କନକ ମାହାର ମାଡ଼ ମାରିବା ସହ କୋଡ଼ିରେ ଆକ୍ରମଣ କରିଛନ୍ତି। ଏନେଇ ପ୍ରତିମା ହଣ୍ଡପା ଥାନାରେ ବୁଧବାର ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ୨୪/୨୫ ରେ ଏକ ମାମଲା ରୁଜୁ କରିଛି। ପୋଲିସ କହିଛି, ପ୍ରତିମାଙ୍କ ଧାନ ବିଲରେ କୀର୍ତ୍ତନଙ୍କ ଗାଈ ପଶି ତଳି ନଷ୍ଟ କରୁଛି। ୪ ଦିନ ହେଲା ସେ କୀର୍ତ୍ତନଙ୍କୁ କହୁଛନ୍ତି। କିନ୍ତୁ ଗାଈକୁ ନ ଅଟକାଇ ସେମାନେ ଆକ୍ରମଣ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।