କାନ୍ଥ ତାଡ଼ି ବ୍ୟାଙ୍କରୁ ଚୋରି ଉଦ୍ୟମ, ତଦନ୍ତ କରୁଛି ପୋଲିସ

You are currently viewing କାନ୍ଥ ତାଡ଼ି ବ୍ୟାଙ୍କରୁ ଚୋରି ଉଦ୍ୟମ, ତଦନ୍ତ କରୁଛି ପୋଲିସ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡ଼ମଣ୍ଡଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କାନ୍ଥ ଖୋଳି ଚୋରି ଉଦ୍ୟମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ବାଗଡିଆ ବିଟ ହାଉସ ଠାରୁ ୨୦୦ ମିଟର ଦୂରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀ କରୁଣାକର ମୁଣ୍ଡାରୀ ଓ ଲକ୍ଷ୍ମୀକାନ୍ତ ସାହୁ ସବୁଦିନ ପରି ଦିନ ୧୦ଟା ବେଳେ ବ୍ୟାଙ୍କର ଷ୍ଟ୍ରଙ୍ଗରୁମ ଖୋଲିବାକୁ ଯିବା ବେଳକୁ ପଛପାଖ କାନ୍ଥ କଣା ଥିବା ଦେଖିଥିଲେ। ଦୁର୍ବୃତ୍ତ ମାନେ ଏହି ରାସ୍ତା ଦେଇ ଭିତରେ ପଶି ବ୍ୟାଙ୍କର ଲକରକୁ ଭଙ୍ଗାରୁଜା କରିଥିବା ଜାଣିବା ପରେ ସେମାନେ ଛେଣ୍ଡିପଦା ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଛେଣ୍ଡିପଦା ଥାନାଧିକାରୀ ଧୀରେନ କୁମାର ବେହେରା, ଏସଆଇ ସତ୍ୟବ୍ରତ ରାଉତ, ଏଏସଆଇ ଗୋଲକ ସେଠୀ ଓ ବିଟହାଉସର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ଘଟଣାର ତନାଘନା ଚଳାଇଛନ୍ତି। ପୋଲିସ ସିସିଟିଭି ଫୁଟେଜ ଓ ବ୍ୟାଙ୍କ କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply