ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ବଳରାମ ପ୍ରସାଦ ଗାଁ ପାଟଣା ସାହିର ରିତା ରାଣୀ ଦାସଙ୍କୁ ତାଙ୍କ ସ୍ଵାମୀ ତଣ୍ଟି ଚିପି ମାରିଦେବା ପାଇଁ ଚେଷ୍ଟା କରୁଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ରିତା ରାଣୀ ଦାସ ୨୦୦୫ ମସିହାରେ ପ୍ରହ୍ଲାଦ ଦାସଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପର ଠାରୁ ଶାଶୁ ଘର ଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ତେବେ ଗତ କାଲି ସ୍ବାମୀ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ରିତା ରାଣୀ କୌଣସି ମତେ ସେଠାରୁ ଖସି ଆସି ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପ୍ରହ୍ଲାଦଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଗିରଫ ପରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ଵାମୀ
- Post published:January 25, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul