ପାଣି ପମ୍ପ ଚୋରୀ ଅଭିଯୋଗରେ ନାବାଳକଙ୍କ ସହ ୩ ଗିରଫ

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଏକ ପାଣି ପମ୍ପ ଚୋରୀ ଅଭିଯୋଗରେ ପୁଲିସ ଜଣେ ନାବାଳକଙ୍କସହ ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବାଲିପଟା ଗାଁର ସନ୍ତୋଷ ମାଝୀଙ୍କ ବାଡ଼ିପଟ କୂଅରେ ଏକ ପାଣି ପମ୍ପ ଲଗାଯାଇଥିଲା। ଏହି ପାଣି ପମ୍ପଟି ସୋମବାର ବିଳମ୍ବିତରାତିରେ ଚୋରି ହୋଇଯାଇଥିଲା। ଏ ନେଇ ସନ୍ତୋଷ ମଙ୍ଗଳବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ସେହି ଗାଁର ସୁନିଲ ଗଡ଼ନାୟକ(୧୯), ନରେନ୍ଦ୍ର ନାଏକ(୩୫) ଓ ଜଣେ ୧୬ ବର୍ଷର ନାବାଳକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!