ଅଟୋ ଉପରେ ଚଢ଼ିଗଲା କାର :  ୩ ମୃତ ୨ ଗୁରୁତର

You are currently viewing ଅଟୋ ଉପରେ ଚଢ଼ିଗଲା କାର :  ୩ ମୃତ ୨ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକ ମାନେ ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ କାରନ୍ଦା ଗ୍ରାମର ବୋଲି ଜଣାପଡିଛି।

ସୂଚନା ଯେ, ଅନୁଗୁଳ ଆଡୁ ମହିଧରପୁର ଆଡକୁ ଏକଅଟୋ (ଓଆର୦୬ଏଚ ୮୩୦୯) ୫ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ବିପରୀତ ଦିଗରୁ ଅନୁଗୁଳ ଆଡକୁ ଏକ ମହିନ୍ଦ୍ରା କାର ଆସୁଥିବା ( ଓଡ଼ି୩୩କେ୦୯୯୭ ) ବେଳେ ଖଣ୍ଡହତା ନିକଟରେ ଅଟୋ ଉପରେ ଚଢ଼ିଯାଇଥିଲା। ଅଟୋଟିକୁ କାର ଘୋଷାଡି ନେଇ ଏକ ଧାନବିଲ ଭିତରେ ପୋତିଦେଇଥିଲା। ଘଟଣା ସ୍ଥଳରେ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କ ସମେତ ଅଟୋରେ ବସିଥିବା ବଂଶୀଧର ସେଠି, କମଳା ସେଠିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବଂଶୀଧରଙ୍କ ବୋହୁ ସୁନିତା ସେଠି ଏବଂ ତାଙ୍କ ୧୨ ବର୍ଷୀୟ ପୁଅ ଶ୍ରୀସାଇ ସେଠି  ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା କାର ଚାଳକ ସହ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

Share

Leave a Reply