ବିଦେଶୀମଦସହ ଅଟୋ ଜବତ

You are currently viewing ବିଦେଶୀମଦସହ ଅଟୋ ଜବତ

ଅନୁଗୁଳ : ଅନୁଗୁଳ ସଦର ପୁଲିସ ମଙ୍ଗଳବାର ଅପରାହ୍ନରେ ଏକ ବିଦେଶୀମଦ ବୋଝେଇ ଅଟୋକୁ ଜବତ କରିଛି। ସୂଚନା ଯେ, ଏକ ଅଟୋ(ଓଡି୧୯- ଜେ- ୪୬୫୨)ରେ ୮୪ ବୋତଲ ବିୟର ନେଇ ବନ୍ତଳା ଥାନା ଅନ୍ତର୍ଗତ ସାନକଞ୍ଜଣୀ ଗାଁର ଧୃବ ଚରଣ ପ୍ରଧାନ ଅନୁଗୁଳ ଆଡ଼କୁ ଆସୁଥିଲେ। ଅନୁଗୁଳ ବନ୍ତଳା ରାସ୍ତାରେ ପାଟ୍ରୋଲିଂ କରୁଥିବା ସଦର ପୁଲିସ ସନ୍ଦେହରେ ଅଟୋକୁ ଯାଞ୍ଚ କରିଥିଲେ। ସେଥିରୁ ୮୪ ବୋତଲ ବିୟର ବାହାରିଥିଲା। ପୁଲିସ ଏକ ମାମଲା ରୁଜୁକରି ବିୟରସହ ଅଟୋକୁ ଜବତକରି ଚାଳକ ଧୃବଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply