ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ହାଇସ୍କୁଲ ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରୁ ଏକ ଅଟୋ ଓ ଟ୍ରଲର ମଧ୍ୟରେ ମୁହଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଅଟୋ ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଅଟୋ ଚାଳକଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
ସୂଚନା ମୁତାବକ, ଅନୁଗୁଳ ଆଡୁ ବଅଁରପାଳକୁ ଯାଉଥିବା ଅଟୋ (OD 06C 4014) କୁ ସମ୍ମୁଖ ଦିଗ ବଅଁରପାଳ ଆଡୁ ଅନୁଗୁଳ ଆଡକୁ ଆସୁଥିବା ଏକ ଟ୍ରଲର ( AP 31 TA 0387 ) ଧକ୍କା ଦେଇଥିଲା। ଫଳରେ ଅଟୋର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିବା ବେଳେ ଚାଳକ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ନାଲକୋ ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।