ଅନୁଗୁଳରେ ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ କେନ୍ଦ୍ର ଆରମ୍ଭ

You are currently viewing ଅନୁଗୁଳରେ ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ କେନ୍ଦ୍ର ଆରମ୍ଭ

ଅନୁଗୁଳ: ଅନୁଗୁଳରେ ଆରମ୍ଭ ହେଲା ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ କେନ୍ଦ୍ର। ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଅଦାଲ୍ ଏମ୍ ଅଖରଙ୍କ ତତ୍ତ୍ବାବଧାନରେ ମଙ୍ଗଳବାର ଜିଲ୍ଲାର ପ୍ରଥମ ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ ( Automated Driving Testting System – ADTS) ଆରମ୍ଭ ହୋଇଛି।

ଏହି ଏଡିଟିଏସ୍ ଟ୍ରାକ୍ ବ୍ୟବସ୍ଥାରେ ଶତ ପ୍ରତିଶତ ସ୍ୱଚ୍ଛତା ରକ୍ଷା କରାଯିବା ସହ ସି ସି କ୍ୟାମେରା ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ ନିର୍ଭୁଲ ଭାବେ ଯାଞ୍ଚ କରାଯାଇପାରିବ। ଫଳରେ ଦକ୍ଷତାପୂର୍ଣ୍ଣ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଯୋଗାଇ ଦିଆଯିବ। ଏଥିସହ ଦଲାଲ ଓ ମଧ୍ୟସ୍ଥିଙ୍କ ଭୂମିକାକୁ ବି ବନ୍ଦ କରାଯାଇପାରିବ।

ପ୍ରଥମ ଦିନରେ ୨୮ ଜଣ ଦୁଇଚକିଆ ଓ ୧୨ ଜଣ ଚାରିଚକିଆ ଯାନ ଚାଳନା ପାଇଁ ମୋଟ ୪୦ ଜଣ ଆବେଦନକାରୀ ଏଡିଟିଏସ୍ ପରୀକ୍ଷା ଦେଇଛନ୍ତି। ଏଥିରେ ୨୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଡ୍ରାଇଭିଂ ଟେଷ୍ଟ ଲାଇସେନସ୍ ପାଇଁ ଆବେଦନକାରୀ ଅନ୍ ଲାଇନ୍ ଜରିଆରେ ଆବେଦନ କରିବା ପରେ ପରିବହନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥବା ଟେଣ୍ଟିଂ ଟ୍ରାକ୍ ରେ ଏଟିଡିଏସ୍ ପରୀକ୍ଷା କରାଯାଇଛି। ଏହି ଏଟିଡିଏସ୍ ପରୀକ୍ଷଣ ତାଳଚେରରେ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Share

Leave a Reply