ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଶ୍ଵ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ “ଆକ୍ସେସ ଟୁ ଜଷ୍ଟିସ” ପକ୍ଷରୁ କିଶୋରନଗର ବ୍ଲକ୍ ଉରୁକୁଲା ପଞ୍ଚାୟତର ଖମାର ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାରେ ଶିଶୁଙ୍କୁ ନିଜର ଅଧିକାରରୁ ବଞ୍ଚିତ କରି ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟରେ ନିୟୋଜିତ କରିବା ଓ ଏହାର ଭୟାବହତା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମର ଆୟୋଜନ ତଥା ପରିଚାଳନା କରିଥିଲେ ବିଶ୍ୱଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର, ପୂଜା ସ୍ୱାଇଁ ଓ ପପି ଦେହୁରୀ। ଅନ୍ୟମାନଙ୍କ ମଧ୍ୟରେ ୱାର୍ଡମେମ୍ବର, ଅଙ୍ଗନୱାଡ଼ି, ଆଶା, ପ୍ରେସିଡେଣ୍ଟ, ସେକ୍ରେଟାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯାତନା ନେଇ ସଚେତନତା
- Post published:June 22, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul