ଅନୁଗୁଳ: ବିଭିନ୍ନ ଜରୁରୀକାଳୀନ ବିପଦ ସମୟ ମୁଖ୍ୟତଃ ଶିଳ୍ପାଞ୍ଚଳରେ ଘଟୁଥିବା ଦୁର୍ଘଟଣାରୁ କିପରି ସୁରକ୍ଷିତ ରହିବେ ସେ ନେଇ ରାଜ୍ୟରେ ଜରୁରୀକାଳୀନ ମକ୍ଡ୍ରିଲ୍ ହେବା ସହ ସୋମବାର ବଅଁରପାଳ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭରବ୍ରିଜ୍ ପାର୍ଶ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ କ୍ଲୋରିନ ଓ ଏଲ୍ପିଜି ଗ୍ୟାସ ନେଇଯାଉଥିବା ଟ୍ୟାଙ୍କର କିମ୍ବା ଟ୍ରକରୁ ବାଟରେ ଗ୍ୟାସଲିକ୍ ହେଲେ ଏହାକୁ କିପରି ବନ୍ଦ କରାଯାଇପାରିବ ସେ ଉପରେ ସଚେତନତା କରାଯାଇଥିଲା। ଜିଲାପାଳ ସିଦ୍ଧାର୍ଥଶଙ୍କର ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲାପାଳ, ଡେପୁଟି କଲେକ୍ଟର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ତାଳଚେର ଗ୍ରାମୀଣ ଜଳଯୋଗାଣ ଅଧିକାରୀଙ୍କ ସହ ବିଭିନ୍ନ ପଦାଧିକାରୀ ଯୋଗ ଦେଇଥିଲେ । ମକଡ୍ରିଲ ପରେ ବିଶ୍ଵନାଥପୁର ଉପ୍ରା ବିଦ୍ୟାଳୟ ପଡିଆରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲ।
ଗ୍ୟାସ୍ ଦୁର୍ଘଟଣା ନେଇ ସଚେତନତା
- Post published:July 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
