CADLAB

ଛିନତାଇ ଅଭିଯୋଗରେ ନାବାକଙ୍କ ସମେତ ୩ ଗିରଫ

0

ଅନୁଗୁଳ : ଅନୁଗୁଳ ଜିଲ୍ଲାର ଟାଉନ ଥାନା ଓ କଲିଏରୀ ଥାନା ଅଞ୍ଚଳରେ ଛିନତାଇ କରିଥିବା ଅଭିଯୋଗରେ ପୁଲିସ ଜଣେ ନାବାକଙ୍କ ସହ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ତୁରଙ୍ଗ ସୀତାରାମ କଲୋନୀଠାରେ ହାନୀ ରାଜଦାନ ଓ ହେମୁସୁରପଡ଼ାରେ କୁଣ୍ଡୁ ଲିପି କୁମାରୀଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ଫେରାର ହୋଇଯାଇଥିଲେ। ଏ ନେଇ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହେବାପରେ ୨ଟି ମାମଲା ରୁଜୁକରି ଘଟଣାର ତଦନ୍ତତ କରିଥିଲା ପୁଲିସ୍। ସୋମବାର କଲିଏରୀ ଥାନା ଅନ୍ତର୍ଗତ ଘଣ୍ଟପଡ଼ାରୁ ଜଣେ ନାବାଳକ, ଦେଉଳବେଡ଼ାର ବିକାଶ ସେଠୀ ଓ ଦିପକ ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଅଭିଯୁକ୍ତମାନେ କଲିଏରୀ ଥାନା ଅଞ୍ଚଳରେ ମଧ୍ୟ ବିଭିନ୍ନ ଛିନତାଇ ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.