ଏପ୍ରିଲ ୧୧ ରେ ଶୁଭାରମ୍ଭ ହେବ ଆୟୁଷ୍ମାନ କାର୍ଡ: ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ

You are currently viewing ଏପ୍ରିଲ ୧୧ ରେ ଶୁଭାରମ୍ଭ ହେବ ଆୟୁଷ୍ମାନ କାର୍ଡ: ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ

ଅନୁଗୁଳ:ବହୁ ପ୍ରତିକ୍ଷିତ ଆୟୁଷ୍ମାନ କାର୍ଡ ଏପ୍ରିଲ ୧୧ ତାରିଖ ଠାରୁ ପ୍ରଦାନ କରାଯିବ। ଏଥିପାଇଁ ଷ୍ଟେଟ ହେଲଥ ଆସ୍ୟୁରାନସ ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡି. ବୃନ୍ଦା ଏକ ଗାଇଡ଼ ଲାଇନ ଜାରି କରିଛନ୍ତି। ଏହି ଗାଇଡ଼ ଲାଇନ ଅନୁସାରେ ଏପ୍ରିଲ ୧୧ ତାରିଖ ଦିନ ଏକ ସ୍ୱାସ୍ଥ୍ୟ ଚେତନା ରଥ ବୁଲିବ। ଜିଲ୍ଲାର ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଲଞ୍ଚିଙ୍ଗ ପଏଣ୍ଟ ଖୋଲାଯିବ। ସ୍ଥାନୀୟ ପିଆରଆଇ ସଦସ୍ୟ ମାନଙ୍କୁ ଡକା ଯାଇ ସମାରୋହ କରାଯିବ। ଆଶା ମାନଙ୍କୁ ୧୦ ଜଣ ଲେଖାଏଁ ହିତାଧିକାରୀ ଆଣିବାକୁ ନିର୍ଦେଶ ଦିଆଯାଇଛି। ସେମାନଙ୍କୁ ଆସନ୍ତା କାଲି କାର୍ଡର ଅବିକଳ ପ୍ରତିଛବି ଦିଆଯିବ। ୧୨ ତାରିଖରୁ ଅସଲି କାର୍ଡ ଦିଆଯିବ।

ଅସଲି କାର୍ଡ ଦିଆଯିବା ସମୟରେ ନେଟ ସୁବିଧା ନଥିଲେ ଇ -କେୱାୟୀସିରେ ଅସୁବିଧା ହୋଇପାରେ, ତେଣୁ କେବଳ ପ୍ରତିଛବି କାର୍ଡ ଦିଆଯିବ। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା /ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ପ୍ରତି ପୁରୁଷ ସଦସ୍ୟଙ୍କୁ ୫ ଲକ୍ଷ ଓ ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ। ସେହିପରି ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାରେ ୭୦ ବର୍ଷ ବା ତଦୁର୍ଦ୍ଧ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ବୀମାରେ ସମାନ ସୁବିଧା ମିଳିବ। ୧୨ ଏପ୍ରିଲରୁ ପର୍ଯ୍ୟାୟ କ୍ରମେ କାର୍ଡ ବଣ୍ଟନ କରାଯିବ। ଅନୁଗୁଳ ସହର ପାଇଁ ସଭାଘରେ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯିବ ବୋଲି ଜଣାପଡିଛି।

Share

Leave a Reply