ପ୍ରିପେଡ୍ ମିଟର ବ୍ୟବସ୍ଥାକୁ ବିରୋଧ ଓ କର୍ମଚାରୀଙ୍କୁ ରେଗୁଲାର କରିବାକୁ ଆନ୍ଦୋଳନ କରିବେ ବିଦ୍ୟୁତ୍ କର୍ମଚାରୀ ସଂଘ

You are currently viewing ପ୍ରିପେଡ୍ ମିଟର ବ୍ୟବସ୍ଥାକୁ ବିରୋଧ ଓ କର୍ମଚାରୀଙ୍କୁ ରେଗୁଲାର କରିବାକୁ ଆନ୍ଦୋଳନ କରିବେ ବିଦ୍ୟୁତ୍ କର୍ମଚାରୀ ସଂଘ

ଅନୁଗୁଳ: ଆଜି ପୂର୍ବାହ୍ନରେ ବାବା ଚମ୍ପେଶ୍ଵର ବିଦ୍ୟୁତ୍ କର୍ମଚାରୀ ସଂଘର ଆହ୍ବାନରେ ଏକ ସଭା ସହର ଉପକଣ୍ଠସ୍ଥ ସରଧାପୁର ଠାରେ ଅନୁଷ୍ଠିତ ହୋଇଛି। ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ରଜତ କୁମାର ମହାନ୍ତିଙ୍କ ପାଇଁ ଶୋକ ପ୍ରକାଶ କରାଯାଇଥିଲା। ପରେ ସଂଘର ସଭାପତି ତଥା ଏ.ଆଇ.ୟୁ.ଟି.ୟୁ.ସି. ରାଜ୍ୟ ସମ୍ପାଦକ ଜୟସେନ ମେହେର ବିଦ୍ୟୁତ୍ ସେବା କ୍ଷେତ୍ରରେ ସରକାରମାନେ ନୂତନ ଆଇନ୍ ପ୍ରଣୟନ କରି କିଭଳି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ଯୋଜନା କରୁଛନ୍ତି ସେ ନେଇ ଆଲୋଚନା ହୋଇଥିଲା। ଏ ଅବସରରେ ପ୍ରିପେଡ୍ ମିଟର ବ୍ୟବସ୍ଥାକୁ ଦୃଢ଼ ବିରୋଧ କରିବା ପାଇଁ ଆହ୍ବାନ କରାଯାଇଥିଲା। ବୈଠକରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ମିଟର ରିଡର ଓ ବିଲ୍ କଲେକ୍ଟରଙ୍କୁ କୁଶଳୀ ଶ୍ରମିକର ମଜୁରୀ ଦେବା ସହ ରେଗୁଲାର କରିବାକୁ ଆନ୍ଦୋଳନ ଲାଗି ନିଷ୍ପତ୍ତି ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ମାନସ ପାଳଙ୍କ ସମେତ କାର୍ଯ୍ୟକର୍ତ୍ତା ସୁକାନ୍ତ ସାହୁ, ଦିଲ୍ଲୀପ ସାସମଲ, ପ୍ରତାପ ସାହୁ, ଦୀନେଶ ମହାପାତ୍ର, ମୋହନ ସାହୁ, ସାଫଲ୍ୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply