solar

ପ୍ରକାଶ ପାଇଲା ମାଟ୍ରିକ୍ ଫଳ, ଜିଲ୍ଲାରେ ପାସ୍ ହାର ୯୮ ପ୍ରତିଶତ

0

ଅନୁଗୁଳ: ବହୁ କଳ୍ପନାଜଳ୍ପନା ମଧ୍ୟରେ ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ । ଚଳିତ ବର୍ଷ ଜିଲ୍ଲାରେ ପାସ୍‌ ହାର ୯୮.୦୮ ପ୍ରତିଶତ ରହିଛି । ଜିଲ୍ଲାରେ ମୋଟ୍ ୧୭ ହଜାର ୨୭୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଭରିଥିଲେ। ସେମାନଙ୍କ ମଧ୍ୟରୁ ୧୬ ହଜାର ୯୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୨୧୭ ଜଣ ଛାତ୍ରୀଛାତ୍ରୀ ଅକୃତକାର୍ଯ୍ୟ ହୋଇଥିବା ବେଳେ ଫର୍ମ ଭରିଥିବା ୧୧୪ ଜଣ ଛାତ୍ରଛାତ୍ରୀଙ୍କୁ ଅନୁପସ୍ଥିତ ଦର୍ଶାଯାଇଛି।ଏଥର ରେକର୍ଡ ସଂଖ୍ୟକ ୧୧୭ ଜଣ ଛାତ୍ରଛାତ୍ରୀଙ୍କୁ ଏ-୧ ଗ୍ରେଡ୍ ମିଳିଛି। ପ୍ରତିଥର ଭଳି ଏବର୍ଷ ମଧ୍ୟ ଏ-୧ ଗ୍ରେଡ୍ ହାସଲ କରିବାରେ ସରକାରୀ ବିଦ୍ୟାଳୟ ଅପେକ୍ଷା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରଗୁଡିକ ଆଗରେ ରହିଛନ୍ତି। ଗାନ୍ଧିମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅନୁଗୁଳରୁ ୩୧ ଜଣ ଓ ନାଲ୍‌କୋ ସରସ୍ଵତୀ ବିଦ୍ୟାମନ୍ଦିରରୁ ୧୫ ଜଣ ଛାତ୍ରଛାତ୍ରୀ ଏ-ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି।

Leave A Reply

Your email address will not be published.