ଜିଲ୍ଲା ପରିଷଦ ସଭ୍ୟପଦରୁ ବାବୁ ପଟ୍ଟନାୟକଙ୍କ ଇସ୍ତଫା

You are currently viewing ଜିଲ୍ଲା ପରିଷଦ ସଭ୍ୟପଦରୁ ବାବୁ ପଟ୍ଟନାୟକଙ୍କ ଇସ୍ତଫା

ଅନୁଗୁଳ: ବିଜୁ ଜନତା ଦଳ ତିନି ନମ୍ୱର୍ ଜୋନ୍ ସଭ୍ୟ ତଥା ଅନୁଗୁଳ ଜିଲ୍ଲା ଜୀବନ ବିନ୍ଦୁ ସହ ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ ବା ବାବୁ ପଟ୍ଟନାୟକ ଶୁକ୍ରବାର ହଠାତ୍ ଜିଲ୍ଲା ପରିଷଦ ସଭ୍ୟପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ନିଜ ବ୍ୟକ୍ତିଗତ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ଏବଂ ଇସ୍ତଫା ପତ୍ର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପ୍ରଦାନ କରିଛନ୍ତି ବୋଲି ଏଟିଭିକୁ ଜଣାଇଛନ୍ତି। ଗତ ପୌର ନିର୍ବାଚନରେ ବିଜୟୀ ହୋଇଥିବା ବାବୁ ପଟ୍ଟନାୟକ ପୂର୍ବରୁ ଅନୁଗୁଳ ବ୍ଲକ ଅଧ୍ୟକ୍ଷ ମଧ୍ୟ ଥିଲେ। ବିଧାୟକ ରଜନୀକାନ୍ତ ସିଂହଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ବାବୁ ପଟ୍ଟନାୟକଙ୍କ ଇସ୍ତଫା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି।

Share

Leave a Reply