ପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

You are currently viewing ପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: ପୁଣିଥରେ ଆଖି ବୁଜିଲା ଗଜରାଜ। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି ସକାଳେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୪ ବର୍ଷ ହୋଇଥିବା କୁହାଯାଉଛି।

ରିପୋର୍ଟ ମୁତାବକ, ମୃତ ହାତୀ ଛୁଆ ରକ୍ତହୀନତାର ଶିକାର ହୋଇଥିଲା। ଏଣୁ ବନ ବିଭାଗ ପକ୍ଷରୁ ଗତକାଲିଠାରୁ ତାର ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ସାତକୋଶିଆ ଡିଏଫଓ ସରୋଜ ପଣ୍ଡାଙ୍କ ସୂଚନା ଦେଇଛନ୍ତି।

Share

Leave a Reply