କୂଅରୁ ହାତୀ ଛୁଆ ଉଦ୍ଧାର, ଜେସିବି ସାହାଯ୍ୟରେ ବାହାର କଲା ବନ ବିଭାଗ

You are currently viewing କୂଅରୁ ହାତୀ ଛୁଆ ଉଦ୍ଧାର, ଜେସିବି ସାହାଯ୍ୟରେ ବାହାର କଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ କୂଅରେ ପଡ଼ିଥିବା ୮ ବର୍ଷର ହାତୀ ଛୁଆକୁ ଉଦ୍ଧାର କରିଛି ବନବିଭାଗ।

ସୂଚନା ମୁତାବକ, ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଜଙ୍ଗଲରୁ ପ୍ରାୟ ୯୦ ଟି ହାତୀ ଗଡ଼ସନ୍ତ୍ରୀ ପଞ୍ଚାୟତ ଅଭିମୁଖେ ଆସୁଥିବା ବେଳେ ନରେନ୍ଦ୍ରପୁର ଗ୍ରାମର ଏକ କୂଅରେ ଏକ ହାତୀ ଛୁଆ ପଡ଼ିଯାଇଥିଲା। ଏନେଇ ବନ ବିଭାଗକୁ ସୂଚନା ଦେଇଥିଲେ ଗ୍ରାମବାସୀ। ଘଟଣାସ୍ଥଳରେ ସରପଞ୍ଚ ଅନୁସୂୟା ଗଡ଼ନାୟକ, ରେଞ୍ଜର ଚାରୁଲତା ନାୟକ, ଫରେଷ୍ଟର କୁଶଧ୍ଵଜ ନାୟକ, ପଙ୍କଜ ବେହେରା, ଆରଆରଟି ଫରେଷ୍ଟର ସିପୁନ୍ ବେହେରା, ହାତୀ ସ୍କ୍ୱାଡ ରାପିଡ୍ ଆକ୍ସନ ଟିମ୍, ଗଜମିତ୍ରଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ଥିଲେ। ଏକ ଜେସିବି ମେସିନ୍ ଡକାଇ କୂଅର ଏକ ପାର୍ଶ୍ଵରୁ ଖନନ କରି ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ତେବେ ଗାଁରେ ହାତୀ ପଶି ଥିବାରୁ ସରପଞ୍ଚ ଓ ଗ୍ରାମବାସୀମାନେ ବନବିଭାଗ ଅଧିକାରୀଙ୍କ ସହ କିଛି ସମୟ ଯୁକ୍ତିତର୍କ କରିଥିଲେ। ଗାଁରେ ଆଲୋକୀକରଣ ଓ ସୋଲାର ତାର ବିଛାଇବାର ପ୍ରତିଶ୍ରୁତି ପରେ ଉତ୍ତେଜନା ଥମି ଥିବା ଜଣାଯାଇଛି।

Share

Leave a Reply