ଅନୁଗୁଳ: ସ୍ଥାନୀୟ ମିଶ୍ରପଡ଼ା ସ୍ଥିତ ବଚପନ ପ୍ଲେ’ ସ୍କୁଲରେ ରବିବାର ଏକେ ବେବି ‘ସୋ’ ଆୟୋଜିତ ହୋଇଥିଲା। ଏହି ‘ସୋ’ ରେ ସହରର ବିଭିନ୍ନ ଭାଗରୁ ନବେରୁ ଅଧିକ ଶିଶୁ ଭାଗ ନେଇଥିଲେ। ବରିଷ୍ଠ ଶିଶୁ ଚିକିତ୍ସକ ଡା. ନନ୍ଦକିଶୋର ସାହୁ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଅନ୍ୟ ବିଚାରକ ମାନଙ୍କ ମଧ୍ୟରେ ଡିପିଏସର ଅଧ୍ୟାପିକା ମନୀଷା ମହାନ୍ତି, ସସ୍ମିତା ମିଶ୍ର, ପ୍ରଗତି ମିଶ୍ର, ସ୍ମିତା ରାୟ, ଆକୋଲୀନ ରଥ ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କ କସଟ୍ୟୁମ, ବୁଦ୍ଧିମତା, ସ୍ଫୁର୍ତ୍ତି ଆଦି ବିଭିନ୍ନ ଦିଗକୁ ପରୀକ୍ଷା କରି ମୂଲ୍ୟାଙ୍କନ କରିଥିଲେ। ବିଜୟୀ ଶିଶୁ ମାନଙ୍କୁ ପଦକ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।
ଏହାଛଡା ଅଭିଭାବକଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ ବିଜୟୀଙ୍କୁ ପୁରସ୍କୃତ କରାଯାଇଥିଲା। ନିଝାର ଅଲି ଦାମାନୀଙ୍କ ତତ୍ୱବାଧାନରେ।ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ଅଧ୍ୟକ୍ଷା ଇଭାଲିନ ରଥ, ଉପଦେଷ୍ଟା ସିମ୍ରନ ବେଗମ ଓ ଅନ୍ୟ ଶିକ୍ଷିକା ମାନେ ସହାୟତା କରିଥିଲେ।ଶେଷରେ ସ୍କୁଲର ନିର୍ଦେଶୀକା ସଲିମା ଦାମାନି ଧନ୍ୟବାଦ ଅର୍ପଣ କରିଥିଲେ ।