ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଅନୁଗୁଳ ଜିଲ୍ଲା ବଇଣ୍ଡା ଓ ଠାକୁରଗଡ଼ରେ ସଫଳ ହୋଇଛି। ବଇଣ୍ଡାରେ କଂଗ୍ରେସ କର୍ମୀ ଅରବିନ୍ଦ ସ୍ଵାଇଁଙ୍କ ନେତୃତ୍ବରେ ତପନ ମିଶ୍ର, ହୀରା ଲାଲ ସେଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ଏକଜୁଟ ହୋଇ ବଇଣ୍ଡାର କଦଳୀ ମୁଣ୍ଡା ଠାରେ ୫୫ ନମ୍ବର ଜାତୀୟ ରାଜପଥକୁ ରାସ୍ତା ରୋକ କରିଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା କରିଥିଲେ।
ସେହିପରି ଠାକୁରଗଡ଼ରେ ପଂଚାୟତ ସଭାପତି ଅନାମ ସ୍ଵାଇଁଙ୍କ ନେତୃତ୍ବରେ ଶତ୍ରୁଘ୍ନ ସାହୁ, ହେମନ୍ତ ଖୁଣ୍ଟିଆଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏକ ଜୁଟ ହୋଇ ଆନ୍ଦୋଳନ କରିଥିଲେ। ଏଥିସହ ବଇଣ୍ଡା ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିଥିଲେ।















