ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

You are currently viewing ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

ଅନୁଗୋଳ: ବଡକେରା ପଞ୍ଚାୟତ ଯୁକୁବୁ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କୁମାର ସାହୁଙ୍କ ଗତ ୧୪ ତାରିଖରେ ପରଲୋକ ଘଟିଛି। ସେ ଏୟାର ଡିଫେନ୍ସ ରେଜିମେଣ୍ଟରେ ଜଣେ ହାବିଲଦାର ଭାବେ କାମ କରି ଅବସର ନେଇଥିଲେ।

ସେ ଅନୁଗୋଳ ଡିଫେନ୍ସ ଭେଟରାନର ସଦସ୍ୟ ଥିଲେ। ପରଲୋକ ଖବର ପାଇ ଏଡିଭି ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମାନେ ବିମଳଙ୍କ ଘରେ ପହଞ୍ଚି ଶୋକ ବ୍ୟକ୍ତ କରିବା ସହ ସମ୍ମାନର ସହ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସହଯୋଗ କରିଥିଲେ।ଜଣେ ମେଳାପୀ ଓ ସଂଗଠନପ୍ରିୟ ବ୍ୟକ୍ତି ଥିଲେ ବିମଳ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ସଂଘ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରେ ଉପ-ସଭାପତି ରଞ୍ଜିତ କୁମାର ଜେନା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ଦିଲୀପ ପ୍ରଧାନ, ଅରୁଣ କୁମାର ସାହୁ ପ୍ରମୁଖ ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ଉପସ୍ଥିତ ଥିଲେ ।

Share

Leave a Reply