ଗୁରୁକୁଳ କ୍ଲାସେସରେ ଗଣେଶ ପୂଜା ପାଳିତ

You are currently viewing ଗୁରୁକୁଳ କ୍ଲାସେସରେ ଗଣେଶ ପୂଜା ପାଳିତ

ଅନୁଗୋଳ: ସ୍ଥାନୀୟ ଅମଲାପଡା ୬ଷ୍ଠ ଲେନ୍ ସ୍ଥିତ ପରଫେକ୍ଟ ପଲି କ୍ଲିନିକ ବିଲ୍ଡିଂରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ଶ୍ରୀ ଗଣେଶ ପୂଜା ଭକ୍ତିର ସହ ପାଳିତ ହୋଇଛି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନଙ୍କ ପିତା ଅଭିମନ୍ୟୁ ପ୍ରଧାନ ପୂଜାକର୍ତ୍ତା ଭାବେ ସମସ୍ତ ପୂଜାବିଧି ସମ୍ପନ୍ନ କରିଥିଲେ।

ଏହାପରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଏକାଠି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ସମସ୍ତଙ୍କୁ ପ୍ରସାଦ ପ୍ରଦାନ କରାଯାଇଥିଲା। ଏହି ଅବସରରେ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନ ଓ ପରିଚାଳକ ଘନଶ୍ୟାମ ପାଳ ଗଣେଶ ପୂଜା ଓ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share

Leave a Reply