ସାରସ୍ୱତ ସାହିତ୍ୟ ସଂସଦ ପକ୍ଷରୁ ବର୍ଷାମଙ୍ଗଳ ଉତ୍ସବ ଆୟୋଜିତ

You are currently viewing ସାରସ୍ୱତ ସାହିତ୍ୟ ସଂସଦ ପକ୍ଷରୁ ବର୍ଷାମଙ୍ଗଳ ଉତ୍ସବ ଆୟୋଜିତ

ଅନୁଗୋଳ: ସ୍ଥାନୀୟ ବାଗେଡ଼ିଆ ଆଶୀର୍ବାଦ ଭବନଠାରେ ‘ସାରସ୍ୱତ ସାହିତ୍ୟ ସଂସଦ’ ପକ୍ଷରୁ ବର୍ଷାମଙ୍ଗଳ କାର୍ଯ୍ୟକ୍ରମ ଓ “ସାହିତ୍ୟ ଓ ଜୀବନ” ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।
ଡକ୍ଟର ଅକ୍ଷୟ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଡାକ୍ତର ଧନେଶ୍ୱର ମାଝୀ ମୁଖ୍ୟ ଅତିଥି, ପ୍ରଫେସର ଧର୍ମରାଜ ତ୍ରିପାଠୀ ମୁଖ୍ୟବକ୍ତା ଏବଂ ବିନୋଦ ସରଳିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ସାହିତ୍ୟକୁ ଜୀବନର ପରିପୂରକ ବୋଲି କହିଥିଲେ।

ଏହି ଅବସରରେ ନନ୍ଦିନୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୩୦ରୁ ଊର୍ଦ୍ଧ୍ୱ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଉପ-ସଭାପତି ସମୀର ସାମନ୍ତରାୟ ବେଦ ମନ୍ତ୍ର ପାଠ କରିଥିବାବେଳେ ସମ୍ପାଦକ ଡା. ଦାଶ ଅତିଥି ପରିଚୟ ଏବଂ ସହ-ସମ୍ପାଦକ ବିମଳ କୁମାର ରାଉଳ ବିବରଣୀ ପାଠ କରିଥିଲେ। ଶେଷରେ ଉପ-ସଭାପତି ସୁରେନ୍ଦ୍ର ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply