ଅନୁଗୁଳ: ଆଜି ଅନୁଗୁଳ ସହରର ଅମଲାପଡ଼ା ଠାରେ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ଦିଲ୍ଲୀପ କୁମାର ରଥଙ୍କ ଜନ୍ମଦିବସ ପାଳିତ ହୋଇଛି।
ତାଙ୍କ ନିଧନକୁ ବର୍ଷେ ବିତି ଯାଇଥିଲେ ମଧ୍ୟ କେହି ତାଙ୍କୁ ଭୁଲିପାରି ନାହାନ୍ତି ବୋଲି କହିବା ସହ ତାଙ୍କର ସାମାଜିକ, ରାଜନୈତିକ ତଥା ଓକିଲାତି କ୍ଷେତ୍ରରେ ପାରଦର୍ଶିତା ଥିଲା ବୋଲି ମତ ପ୍ରକାଶ ପାଇଥିଲା।
ବରିଷ୍ଠ ନେତା ଜଗନ୍ନାଥ ଗଡ଼ନାୟକ ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତପନ କୁମାର ମହାନ୍ତି, ବିମଳ କୁମାର ମିଶ୍ର, ଗୁରୁଚରଣ ପ୍ରଧାନ, ବୀରବର ସାହୁ, ଦିଲ୍ଲୀପ କୁମାର ବେହେରା, ବ୍ରଜ କିଶୋର ପ୍ରଧାନ, ମଞ୍ଜୁଲତା ସାହୁ, ନରୋତ୍ତମ ସାହୁ, ବୁଲୁ ନାଏକ ପ୍ରଶନ୍ନ ନାଏକ, ବିଭୂତି କୁମାର ସାହୁ, ପ୍ରଶାନ୍ତ ବେହେରା, ବାବିନ୍ଦ୍ର ନହରା, ବିଶ୍ଵଜିତ୍ ପଟ୍ଟନାୟକ, ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।











