ଏମସିଏଲର ତାଳଚେର କୋଲଫିଲ୍ଡସ୍ ପରିଦର୍ଶନ କଲେ କୋଲଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି.ଏମ. ପ୍ରସାଦ

You are currently viewing ଏମସିଏଲର ତାଳଚେର କୋଲଫିଲ୍ଡସ୍ ପରିଦର୍ଶନ କଲେ କୋଲଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି.ଏମ. ପ୍ରସାଦ

ତାଳଚେର: ଆଜି ଏମସିଏଲର ତାଳଚେର କୋଲଫିଲ୍ଡସ୍ ପରିଦର୍ଶନ କରିଛନ୍ତି କୋଲଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ପି.ଏମ. ପ୍ରସାଦ। ଏହି ପରିଦର୍ଶନ ସମୟରେ ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ ଏ. କାଓଲେ ଏବଂ ନିର୍ଦ୍ଦେଶକ (ବୈଷୟିକ/ସଞ୍ଚାଳନ) ଜେ.କେ ବୋରା ମଧ୍ୟ ଉପସ୍ଥିତ ଥିଲେ। ଏମସିଏଲ ଅଧ୍ୟକ୍ଷ ପ୍ରସାଦ ତାଳଚେର ସ୍ଥିତ ଏମସିଏଲର ବଳରାମ, ହିଙ୍ଗୁଳା, ଅନନ୍ତ, ଜଗନ୍ନାଥ, ଲିଙ୍ଗରାଜ ଏବଂ ଭୁବନେଶ୍ୱରୀ ଖୋଲା ମୁହାଁ ପ୍ରକଳ୍ପରେ କୋଇଲାଖଣି ଏବଂ ପଠାଇବା କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ସେ ବିଭିନ୍ନ ଖଣି ଅଧିକାରୀଙ୍କ ସହ ବୈଠକ କରି କାର୍ଯ୍ୟ ଅନୁଧ୍ୟାନ କରିଥିଲେ।

Share

Leave a Reply