ଅନୁଗୁଳ: ତାଳଚେର ଏମ୍ସିଏଲ୍ ସେଣ୍ଟ୍ରାଲ୍ ହସ୍ପିଟାଲ୍ରେ ମଙ୍ଗଳବାରଠାରୁ କୋଭିଡ୍ ଟିକାକରଣର ଶୁଭାରମ୍ଭ କରାଯାଇଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ତାଳଚେର କୋଲ୍ ଫିଲଡ୍ସରେ କାର୍ଯ୍ୟରତ ୪୫ ବର୍ଷରୁ ଅଧିକ ବୟସର କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଟିକା ଦିଆଯିବ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହାୟତାରେ ଅନୁଷ୍ଠିତ ଟିକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅରୁଣ କୁମାର ସ୍ପଷ୍ଟିକାର, ସେଣ୍ଟ୍ରାଲ୍ହସ୍ପିଟାଲ୍ର ମୁଖ୍ୟ ଡାକ୍ତର ସଞ୍ଜୟ ଦାସ, ଉପଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁଙ୍କ ସମେତ ଏମ୍ସିଏଲ୍ର ଡାକ୍ତର, ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରତ୍ୟେକ ଦିନ ସେଣ୍ଟ୍ରାଲ୍ ହସ୍ପିଟାଲ୍ ଠାରେ ୧୫୦ ଜଣଙ୍କୁ ଟିକା ଦିଆଯିବାର ଯୋଜନା ରହିଛି। ଏହା ପୂର୍ବରୁ ତାଳଚେର ଉପଖଣ୍ଡ ଡାକ୍ତରଖାନା, ଗୋଡି଼ବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି।
ଏମ୍ସିଏଲ୍ ସେଣ୍ଟ୍ରାଲ୍ ହସ୍ପିଟାଲ୍ରେ କୋଭିଡ୍ ଟିକାକରଣ ଆରମ୍ଭ
- Post published:April 28, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
