ଅନୁଗୁଳ: କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ତାଳଚେର ବ୍ଲକ୍ର ୪ଟି ପଞ୍ଚାୟତ ସମେତ ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ରେମୁଆଁ ନୂଆସାହିକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବିକ୍ରମପୁର ଥାନା ଅନ୍ତର୍ଗତ ବଡ଼ଯୋରଡ଼ା ପଞ୍ଚାୟତର ସେଣ୍ଟ୍ରାଲ୍ ୱାର୍କସପ୍ କଲୋନୀ, ଗୋବରା ପଞ୍ଚାୟତର ହେଭିୱାଟର ପ୍ରକଳ୍ପ କଲୋନୀ, କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଜଗନ୍ନାଥପୁର ବଜାର ଛକ ଠାରୁ ଅଭିମନ୍ୟୁପୁର ଛକ ଏବଂ ଟିଟିପିଏସ୍ କଲୋନୀକୁ ବୁଧବାର ସକାଳ ୬ଟାଠାରୁ ମେ ୪ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ କଣ୍ଟେନ୍ମେଣ୍ଟ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ଅଞ୍ଚଳର ମୁଖ୍ୟ ରାସ୍ତାକୁ ସିଲ୍ କରାଯାଇଥିଲା ବେଳେ ଲୋକମାନଙ୍କର ଯିବାଆସିବା ଉପରେ ରୋକ୍ ଲଗାଯାଇଛି। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖ୍ ଅତି ଆବଶ୍ୟକ ଜିନିଷ ବ୍ୟତୀତ ଅନ୍ୟ ସମସ୍ତସେବା ବନ୍ଦ ରହିବ। କୋଭିଡ କଟକଣା ମାନିବା ସହ ଗାଇଡ୍ଲାଇନ୍ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି। କଲୋନୀ ଭିତରେ ଥିବା ଦୋକାନ ବଜାର, ବ୍ୟାଙ୍କ ବନ୍ଦ ରହିବ । ତେବେ ସମସ୍ତ ଔଷଧ ଦୋକାନ, ଜଳଯୋଗାଣ ଓ ପରିମଳ, ବିଦ୍ୟୁତ୍ ବିଭାଗ ସମେତ ମେଡିକାଲ୍ ଖୋଲା ରହିବ ବୋଲି ଜଣାପଡ଼ିଛି।
୪ ପଞ୍ଚାୟତ କଣ୍ଟେନ୍ମେଣ୍ଟ ଜୋନ୍
- Post published:April 28, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
