ଅନୁଗୋଳରେ ମେଡପ୍ଲସ୍‌ର ନୂତନ ଶାଖା ଉଦ୍‌ଘାଟିତ: ମିଳିବ ବିଶେଷ ରିହାତି

You are currently viewing ଅନୁଗୋଳରେ ମେଡପ୍ଲସ୍‌ର ନୂତନ ଶାଖା ଉଦ୍‌ଘାଟିତ: ମିଳିବ ବିଶେଷ ରିହାତି

ଅନୁଗୋଳ: ଅନୁଗୋଳ ସହରର ଅମଲାପଡ଼ା ୬ଷ୍ଠ ଲାଇନ୍‌ ଠାରେ ଲୋକପ୍ରିୟ ଫାର୍ମାସି ଶୃଙ୍ଖଳା ‘ମେଡପ୍ଲସ୍‌’ର ଏକ ନୂତନ ଶାଖା ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ଔଷଧ ସେବା ଯୋଗାଇଦେବା ଏହି ଶାଖାର ମୁଖ୍ୟ ଲକ୍ଷ୍ୟ ବୋଲି ଶାଖା ପରିଚାଳକ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଶ୍ରୀ ସାହୁ ମେଡପ୍ଲସ୍‌ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତିବଦ୍ଧ ହୋଇ ଏହି ଶାଖା ପରିଚାଳନା ଦାୟିତ୍ୱ ଗ୍ରହଣ କରିଛନ୍ତି।

ଗ୍ରାହକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ ସକାଶେ ଏଠାରେ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା କରାଯାଇଛି। ଉଦ୍‌ଘାଟନୀ ଅବସରରେ ଘୋଷଣା କରାଯାଇଛି ଯେ, ଗ୍ରାହକମାନେ ୧,୦୦୦ ରୁ କମ୍ ମୂଲ୍ୟର ଔଷଧ କିଣିଲେ ୧୦ ପ୍ରତିଶତ ଏବଂ ୧,୦୦୦ ରୁ ଅଧିକ ମୂଲ୍ୟର ଔଷଧ କ୍ରୟ କଲେ ସର୍ବାଧିକ ୨୦ ପ୍ରତିଶତ ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି ପାଇପାରିବେ। ଅମଲାପଡ଼ା ଓ ଆଖପାଖ ଅଞ୍ଚଳର ଜନସାଧାରଣ ଏହି ସୁବିଧାରୁ ବେଶ୍‌ ଉପକୃତ ହେବେ ବୋଲି ଆଶା କରାଯାଉଛି।

Share

Leave a Reply