ଅନୁଗୋଳ: ସଦର ଥାନା ଅଞ୍ଚଳର ନୂଆମୌଜା ଗ୍ରାମ ନିକଟ NH-55 ପାଖରେ ଦୁର୍ବୃତ୍ତଙ୍କ ଅଗ୍ନିକାଣ୍ଡ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗ୍ରାମର କୁମୁଦ ନାଏକ ଓ ସାଗର ସାହୁଙ୍କ ରାସନ ଦୋକାନ ଏବଂ ଡାଇନେମା ଦୋକାନକୁ ଜଣେ ଦୁର୍ବୃତ୍ତ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ନିଆଁ ପାଖରେ ଥିବା ଗ୍ୟାରେଜକୁ ମଧ୍ୟ ବ୍ୟାପିଥିଲା। ଫଳରେ ସେଠାରେ ଥିବା ଟାଟା ଇଣ୍ଡିକା କାର ଓ ଜେସିବି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଏନେଇ କୁମୁଦ ନାଏକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସମଗ୍ର ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି।
ଦୁର୍ବୃତ୍ତଙ୍କ ତାଣ୍ଡବ: ପେଟ୍ରୋଲ ଢାଳି ଜାଳିଦେଲେ ଦୋକାନ ଓ ଗାଡ଼ି
- Post published:September 15, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul





